ବାଜପେୟୀଙ୍କ ବିୟୋଗରେ ଆରଡିପୀଠରେ ମହମବତୀ ଶୋଭାଯାତ୍ରା

0

ଆରଡି: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ  ଶୋକର ଛାୟା ଖେଳି ଯାଇଛି । ଏଥିପାଇଁ ଶୁକ୍ରବାର ସଂଧ୍ୟାରେ ଭଦ୍ରକ ଜିଲ୍ଲା ଆରଡିପୀଠରେ ମହମବତୀ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ଆରଡିପୀଠର ବରିଷ୍ଠ ନାଗରୀକ ଓ ଯୁବକଙ୍କ ସମେତ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ଯୋଗ ଦେଇ ଅଟଳ ବିହାରୀ ବାଜପେୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ  । ଏପରିକି ଶହଶହ ବାଜପେୟୀଙ୍କ ଅନୁଗାମୀ ମହମବତୀ ଧରି ଆରଡିପୀଠ ସମେତ ସମସ୍ତ ସାହି ପରିକ୍ରମା କରିଥିଲେ। ପରେ ମନ୍ଦିର ନିକଟସ୍ଥ ସଦର ରାସ୍ତାରେ ମହମବତୀ ରଖି ଶୋକ ପାଳନ କରିଥିଲେ।

Leave A Reply