ସାତକୋଶିଆରେ ୪ ବନ ବିଭାଗ କର୍ମଚାରୀ ନିଖୋଜ

0

ଅନୁଗୁଳ: ସାତକୋଶିଆ ଜଙ୍ଗଲରେ ୪ ଜଣ ବନ ବିଭାଗ କର୍ମଚାରୀ ନିଖୋଜ ଥିବା ସୂଚନା ମିଳିଛି । ଏହି କର୍ମଚାରୀମାନେ ରବିବାର ଠାରୁ ସାତକୋଶିଆ ଜଙ୍ଗଲ ମଧ୍ୟକୁ ଯାଇ ଆଉ ଫେରିନାହାନ୍ତି । ଏନେଇ ୱାଇଲ୍ଡ ଲାଇଫ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି । ବାଘୁଣୀ ‘ସୁନ୍ଦରୀ’କୁ ଟ୍ରାଙ୍କୁଲାଇଜ୍ ପରେ ରାଇଗୁଡା ଏନକ୍ଲୋଜରରେ ରଖାଯିବ । ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସୁରକ୍ଷା ପ୍ରଥମ ଲକ୍ଷ୍ୟ ବୋଲି ୱାଇଲ୍ଡ ଲାଇଫ ପିସିସିଏଫ୍ କହିଛନ୍ତି । ଏହା ସହ ଟ୍ରାଙ୍କୁଲାଇଜ୍ ପାଇଁ ଟିମକୁ ଗାଁ ମଧ୍ୟକୁ ଛାଡିବା ପାଇଁ ୱାଇଲ୍ଡ ଲାଇଫ ପିସିସିଏଫ୍ ସ୍ଥାନୀୟଲୋକଙ୍କୁ ଅନୁରୋଧ କରିଛନ୍ତି । ଭୁବନେଶ୍ବର ଓ ଶିମିଳିପାଳରୁ ୨ଟି ଟିମ୍ ସାତକୋଶିଆରେ ପହଞ୍ଚିଛନ୍ତି । ସୁନ୍ଦରୀକୁ ସ୍ଥାନାନ୍ତରିତ ପାଇଁ ସ୍ଥାନୀୟ ବିଧାୟକ ଅନୁରୋଧ କରିଛନ୍ତି । ଅନ୍ୟପଟେ ବନ ବିଭାଗ ୪ ଜଣ କର୍ମଚାରୀଙ୍କ ନିଖୋଜକୁ ନେଇ କୌଣସି ଏତଲା ହୋଇନଥିବା ଅନୁଗୁଳ ପୁଲିସ ପକ୍ଷରୁ କୁହାଯାଇଛି ।

Leave A Reply