ରାସ୍ତା ଉପରେ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ମାଡ ମାରିବା ଘଟଣା

0

ଅନୁଗୋଳ : ଅନୁଗୋଳ ଛେଣ୍ଡିପଦା ଥାନା ଅନ୍ତର୍ଗତ ସାପୋଇ ସାହି ଗ୍ରାମରେ ଥିବା ଏକ ଘରୋଇ ନର୍ସିଂ ହୋମ ଆଗରେ ଯୁବକଙ୍କୁ ମାଡ ମରାଯାଇଥିଲା। ମାଡ ମାରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ପୀଡିତ ଯୁବକଙ୍କ ପରିବାର ଏବଂ ଗ୍ରାମବାସୀ ମାନେ ଥାନା ଆଗରେ ଧାରଣାରେ ବସିଛନ୍ତି। ଖବରଅନୁସାରେ ବାହାଳସାହି ପଞ୍ଚାୟତ ମୁଣ୍ଡାମାଳ ସାହି ଗ୍ରାମର ଲିଲିପ ସାହୁ ନାମକ ଜଣେ ଯୁବକଙ୍କୁ କେତେକ ଯୁବକ ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ନିସ୍ତୁକ ମାଡ ମାରିଥିଲେ । ଏହି ମାଡମରା ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରାଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ପୁଲିସ ପକ୍ଷରୁ ତାଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଉଛି ବୋଲି ପୀଡିତ ଯୁବକଙ୍କ ପରିବାର ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ମୁଖ୍ୟ ଅଭିଯୁକ୍ତଙ୍କୁ ଅବିଳମ୍ବେ ଗିରଫ କରାଯିବା ଦାବି ନେଇ ଶୁକ୍ରବାର ପ୍ରାୟ ୧୧ଟା ସମୟରେ ଗ୍ରାମବାସୀମାନେ ଥାନା ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ଯାହା ପୁଲିସ ପ୍ରଶାସନ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

Leave A Reply