ଆଣ୍ଟିଗୁଆ ନାଗରିକତ୍ୱ ଆବେଦନ କରିଛନ୍ତି ୨୮ ଭାରତୀୟ

0

ନୂଆଦିଲ୍ଲୀ: ପିଏନ୍‍ବି ଋଣ ଠକେଇ ମାମଲାରେ ଅନ୍ୟତମ ଅଭିଯୁକ୍ତ ମେହୁଲ୍‍ ଚୋକ୍ସିଙ୍କ ଆଣ୍ଟିଗୁଆ ନାଗରିକତ୍ୱକୁ ନେଇ ବିବାଦ ଉଠିଛି। କିନ୍ତ କେବଳ ଚୋକ୍ସି ନୁହନ୍ତି, ତାଙ୍କ ବ୍ୟତୀତ ଆହୁରି ୨୮ ଜଣ ଭାରତୀୟ ୨୦୧୪ରୁ ଆଣ୍ଟିଗୁଆର ନାଗରିକତ୍ୱ ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ‘ଟାଇମ୍ସ ଅଫ୍‍ ଇଣ୍ଡିଆ’ ତରଫରୁ କରାଯାଇଥିବା ଅନୁସନ୍ଧାନରୁ ଏହା ଜଣାପଡ଼ିଛି।
ଏହି ରିପୋର୍ଟରେ ପ୍ରକାଶିତ ତଥ୍ୟାନୁଯାୟୀ ଗତ ବର୍ଷ ଜାନୁଆରୀ ୧ ତାରିଖରୁ ଜୁନ୍‍ ୩୦ ଭିତରେ ୭ ଜଣ ଭାରତୀୟଙ୍କୁ ଆଣ୍ଟିଗୁଆର ନାଗରିକତ୍ୱ ପ୍ରଦାନ କରାଯାଇଥିବା ବେଳେ ସେହି ବାବଦରେ ଆଣ୍ଟିଗୁଆ ସରକାର ୨ ଲକ୍ଷ ଡଲାର ସଂଗ୍ରହ କରିଛନ୍ତି। ଆଣ୍ଟିଗୁଆରେ ଜାତୀୟ ବିକାଶ ପାଣ୍ଠିରେ ନିବେଶ କରୁଥିବା, ସରକାରୀ ସ୍ୱୀକୃତିପ୍ରାପ୍ତ ରିଏଲ ଇଷ୍ଟେଟ୍‍ ସଂସ୍ଥାରୁ ଘର ବା ଜମି କିଣିଥିବା କିମ୍ବା ବ୍ୟବସାୟରେ ନିବେଶ କରିଥିବା ବ୍ୟକ୍ତିଙ୍କୁ ସେଠାକର ସରକାର ଦ୍ୱୈତ ନାଗରିକତ୍ୱ ପ୍ରଦାନ କରୁଛନ୍ତି। ସେଠାରେ ୧୧୨୧ଜଣ ବିଦେଶୀଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଇଥିବା ବେଳେ ଚାଇନିଜ୍‍ଙ୍କ ସଂଖ୍ୟା ସର୍ବାଧିକ ୪୭୮ (୪୨.୬୪%) ରହିଛି। ଭାରତୀୟଙ୍କ ସଂଖ୍ୟା ରହିଛି ମାତ୍ର ୨.୫୦%।

Leave A Reply