କୋଇଲା ସଙ୍କଟ ; ଏନଟିପିସି ପାୱାର ପ୍ଲାଣ୍ଟରେ ଗୋଟିଏ ୟୁନିଟ ବନ୍ଦ

0

ଅନୁଗୁଳ : ଅନୁଗୁଳ କୋଇଲା ସଙ୍କଟ ଯୋଗୁ ଏନଟିପିସି ପାୱାର ପ୍ଲାଣ୍ଟରେ ଗୋଟିଏ ୟୁନିଟ ବନ୍ଦ ରହିଛି। ଏନଟିପିସି ପାୱାର ପ୍ଲାଣ୍ଟର ୬ଟି ୟୁନିଟରୁ ୩୦୦୦ ମେଗାୱାଟ ବିଜୁଳି ନିର୍ଗତ ହୋଇଥାଏ। କୋଇଲା ସଙ୍କଟ ଯୋଗୁ ଶନିବାର ଗୋଟିଏ ୟୁନିଟ ବନ୍ଦ ରହିଛି। ସୂଚନା ଅନୁଯାୟୀ, ପ୍ରତିଦିନ ୬ଟି ୟୁନିଟ ପାଇଁ ୫୫ ହଜାର ଟନ କୋଇଲା ଆବଶ୍ୟକ ହୋଇଥାଏ। ଏମସିଏଲ କଣିହାଁ ମାଇନ୍ସ ରୁ ପ୍ରତିଦିନ ଏନଟିପିସିକୁ ୨୦ ରୁ ୨୫ ହଜାର ମେଟ୍ରିକ ଟନ କୋଇଲା ଆସିଥାଏ। ଦୀର୍ଘ ୫ରୁ ୬ ଦିନ ହେବ କୋଇଲା ଖଣି ଆନ୍ଦୋଳନ ଯୋଗୁ ବନ୍ଦ ଥିବା ବେଳେ କୋଇଲା ପରିବହନ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଏହି କାରଣରୁ ଏନଟିପିସି ପାୱାର ପ୍ଲାଣ୍ଟର ଗୋଟିଏ ୟୁନିଟ ବନ୍ଦ ରହିଥିବା ବେଳେ ୫ଟି ୟୁନିଟରୁ କମ ପାୱାର ବାହାର କରାଯାଉଛି। ଯାହାକି ଏନଟିପିସି ପାଇଁ ଚିନ୍ତାର କାରଣ ପାଲଟିଛି।

Leave A Reply