ଛାତରୁ ପଡି ଟେଲିଭିଜନ ଉପସ୍ଥାପିକାଙ୍କର ମୃତ୍ୟୁ

0

ନୋଏଡା .-  ଦିଲ୍ଲୀ ନିକଟସ୍ଥ ଉତ୍ତରପ୍ରଦେଶର ନୋଏଡାରେ ଥିବା ଏକ ଆପାର୍ଟମେଣ୍ଟର ଚତୁର୍ଥ ମହାଲାରୁ ପଡି ଜଣେ ଟେଲିଭିଜନ ଉପସ୍ଥାପିକାଙ୍କର ମୃତ୍ୟୁ ହୋଇଛି ।  ରାଧିକା କୌଶିକ ନାମକ ଏହି ଉପସ୍ଥାପିକା ଜୀ ନ୍ୟୁଜ ରାଜସ୍ଥାନର   ପ୍ରାଦେଶିକ ଚ୍ୟାନେଲ୍‌ରେ ଉପସ୍ଥାପିକା ଭାବେ କାମ କରୁଥିଲେ ।  ସେ ଚତୁର୍ଥ ମହାଲାରୁ କିପରି ଖସି ପଡିଲେ ପୁଲିସ ସେ ବିଷୟରେ ତଦନ୍ତ କରୁଛି । ତାଙ୍କ  ସହ ରହୁଥିବା ଅନ୍ୟ  ସହକର୍ମୀମାନଙ୍କୁ ପୁଲିସ ପଚରା ଉଚରା କରୁଛି ।

ନୋଏଡାର ୪୯ ସଂଖ୍ୟା ଥାନା ଅଞ୍ଚଳରେ ଏହି  ଘଟଣା ଘଟିଛି । ସେକ୍ଟର ୭୭ରେ ରହିଥିବା ଅନ୍ତରୀକ୍ଷ ଆପାର୍ଟମେଣ୍ଟରେ ଏହି ଘଟଣା ଘଟିଛି । ରାଜସ୍ଥାନ ଭାଷାରେ ଥିବା ଚ୍ୟାନେଲ୍‌ରେ ରାଧିକା କାମ କରୁଥିଲେ । ରାତି ପ୍ରାୟ ୩ଟା ସମୟରେ ସେ ଆପାର୍ଟମେଣ୍ଟର ଚତୁର୍ଥ ମହଲାରୁ ଖସି ପଡିଥିଲେ।          ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ସମୟରେ ତାଙ୍କ ଫ୍ଲାଟରେ ଜୀ ନ୍ୟୁଜ୍‌ ରାଜସ୍ଥାନର ପୁରୁଷ ଉପସ୍ଥାପକ ରାହୁଲ ଅବସ୍ତି  ବି ରହିଥିଲେ । ତାଙ୍କ ଫ୍ଲାଟରୁ ଅନେକ ମଦ ବୋତଲ ଜବତ ହୋଇଛି । ତଦନ୍ତରୁ ଏହି ଦୁଇ ଜଣ ନିଶାଗ୍ରସ୍ତ ଥିବା ଜଣା ପଡିଛି  ।ଦୁଇ ଜଣଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଯୁକ୍ତ ତର୍କ ହୋଇଥିଲା । ଏହାର କିଛି ସମୟ ପରେ ରାଧିକା ଛାତରୁ  ଖସି ପଡିଥିଲେ । ସେ ଆତ୍ମହତ୍ୟା କରିଛନ୍ତି କି ନିଶାଗ୍ରସ୍ତ ଅବସ୍ଥାରେ ଖସି ପଡିଛନ୍ତି କି ଏହା ଏକ ହତ୍ୟା କାଣ୍ଡ ପୁଲିସ ତାହାର ତଦନ୍ତ କରୁଛି ।

Leave A Reply