ଅନାସ୍ଥା ପ୍ରସ୍ତାବ ବିତର୍କ ଆରମ୍ଭ ; ବିଜେଡିର କକ୍ଷତ୍ୟାଗ

0

ନୂଆଦିଲ୍ଲୀ : କେନ୍ଦ୍ରରେ ବିଜେପି ନେତୃତ୍ଵାଧୀନ ଏନଡିଏ ସରକରଙ୍କ ବିରୋଧରେ ଶୁକ୍ରବାର ଲୋକସଭାରେ ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଗୃହରେ ଆଲୋଚନା ଅବା ବିତର୍କ  ଆରମ୍ଭ ହେବା ମାତ୍ରେ ବିଜେଡି ସାଂସଦମାନେ କକ୍ଷ ତ୍ୟାଗ କରିଛନ୍ତି ।  ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କକ୍ଷତ୍ୟାଗ ପାଇଁ ଘୋଷଣା କରିଥିଲେ । ବିଗତ ଦିନରେ ୧୦ ବର୍ଷର ଉପା ସରକାର ଓ ୪ ବର୍ଷର ଏନଡିଏ ସରକାର ସମୟରେ ଓଡିଶାକୁ ନ୍ୟାୟ ମିଳିନାହିଁ । ତେଣୁ ଏହି ବିତର୍କରେ ଓଡିଶାର କିଛି ଲାଭ ହେବନି । ତେଣୁ ଆମେ କକ୍ଷତ୍ୟାଗ କରୁଛୁ ବୋଲି ଶ୍ରୀ ମହତାବ କହିଥିଲେ ।

ବିଭିନ୍ନ ଦଳକୁ ଆବଣ୍ଟନ କରାଯାଇଥିବା ସମୟ ଅନୁସାରେ ଦଳର ନେତାମାନେ ବିତର୍କରେ ଭାଗ ନେଇ ମୋଦୀ ସରକାର ଉପରେ ବର୍ଷିଛନ୍ତି।

Leave A Reply