ବିଗ୍ ବିଙ୍କ ସୁସ୍ଥତାର ରହସ୍ୟ

0

ମୁମ୍ବଇ : ୭୬ ବର୍ଷରେ ପାଦ ଦେଇଥିବା ଅମିତାଭ ବଚ୍ଚନ ନିକଟରେ ଏକ ସାକ୍ଷାତକାରରେ ନିଜ ସୁସ୍ଥତାର ରହସ୍ୟ ପ୍ରକାଶ କରିଛନ୍ତି। ନିଜକୁ ଫିଟ୍ ରଖିବା ନିମନ୍ତେ ସେ ସମସ୍ତ ପ୍ରକାର ପଦକ୍ଷେପ ନେଉଥିବାର କହିଛନ୍ତି।
ସପ୍ତାହରେ ଅନ୍ତତଃ ୬ଦିନ ବିଗ୍ ବି ଯୋଗ ଓ ପ୍ରାଣାୟମ କରନ୍ତି। ବିଦେଶରେ ଥିଲେ ମଧ୍ୟ ଏଇ ଅଭ୍ୟାସରୁ ବିରତି ନିଅନ୍ତି ନାହିଁ।
ଦୈନିକ ସକାଳେ ଭୋଜନ ପୂର୍ବରୁ ନଖ ଉଷୁମ ପାଣି ଗିଲାସେ ସହ ୧ ଚାମଚ ଶୁଦ୍ଧ ମହୁ ସେ ଖାଆନ୍ତି। ବଚ୍ଚନ ପରିବାରର ପ୍ରତ୍ୟେକ ସଦସ୍ୟ ଏହା କରନ୍ତି। ଏଇ ଅଭ୍ୟାସ ସେ ନିଜ ଜେଜେ ମା’ଙ୍କଠାରୁ ଶିଖିଥିଲେ।
. ୩୦ ବର୍ଷ ତଳେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଆମିଷ ଆହାର ସେ ସମ୍ପୂର୍ଣ୍ଣ ଭାବେ ଛାଡ଼ି ଦେଇଛନ୍ତି। ଶୁଦ୍ଧ ଶାକାହାରୀ ଅମିତାଭ ମୃଦୁପାନୀୟ ଓ ସୋଡ଼ା ମଧ୍ୟ ପିଅନ୍ତି ନାହିଁ।

. ନିୟମିତ ଲେମ୍ବୁ ପାଣି ପିଇବାକୁ ପସନ୍ଦ କରୁଥିବା ଅମିତାଭ ମିଠା ଓ ଚକୋଲେଟ୍ ମଧ୍ୟ ଖୁବ୍ କମ୍ ଖାଆନ୍ତି। ମାସକୁ ଥରୁଟିଏ ଏସବୁ ସେ ଖାଉଥିବାର କହିଛନ୍ତି।

. ଅନ୍ୟପାଖେ ଚା ଓ କଫି ପିଇବାକୁ ଖୁବ୍ ପସନ୍ଦ କରୁଥିବା ଅମିତାଭ ଆଜିକାଲି ସପ୍ତାହକୁ ୨-୩ଥର ଚା’ ପିଉଛନ୍ତି। ସହଜରେ ହଜମ ହୋଇପାରୁଥିବା ଖାଦ୍ୟ ଖାଇବାକୁ ବିଗ୍ ବି ଅଧିକ ପସନ୍ଦ କରନ୍ତି।

Leave A Reply