ଅମିରଙ୍କ ଚଳଚ୍ଚିତ୍ରରେ ବ୍ୟବହାର କରାଯାଉଛି ଏହି ନୂଆ ଟେକନିକ୍‍ ; ବଲିଉଡରେ ପ୍ରଥମ

0

ମୁମ୍ବଇ : ବଲିଉଡର ମିଷ୍ଟର ପରଫେକ୍ଟନିଷ୍ଟ ଅଭିନେତା ଅମିର ଖାନ ନିଜର ଚଳଚ୍ଚିତ୍ରକୁ ନେଇ ସବୁବେଳେ ଏକାଗ୍ରତାର ସହ କାର୍ଯ୍ୟ କରିଥାନ୍ତିି। ସମସ୍ତ ଦୃଷ୍ଟିରୁ ଯେପରି ଚଳଚ୍ଚିତ୍ର ନିର୍ମାଣରେ କିଛି ତୃଟି ରହି ନ ଯାଏ ସେଥିପ୍ରତି ଦୃଷ୍ଟି ଦେଇଥାନ୍ତି। ବିଜୟ କୃଷ୍ଣ ଆଚାର୍ଯ୍ୟଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ଠଗ୍‍ ଅଫ ହିନ୍ଦୁସ୍ଥାନ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି। ଏହି ଚଳଚ୍ଚିତ୍ରରେ ଏଡିଟିଙ୍ଗ କାମ ସବୁଠୁ ନିଆରା ଶୈଳୀରେ ହେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସାଧାରଣତଃ ଏବେ ସମସ୍ତ ଚଳଚ୍ଚିତ୍ରର କମ୍ପୁଟରାଇଜଡ୍‍ ଏଡିଟିଙ୍ଗ ହୋଇଥାଏ। କିନ୍ତୁ ‘ଠଗ୍‍ ଅଫ ହିନ୍ଦୁସ୍ଥାନ’ ଚଳଚ୍ଚିତ୍ରର ଏଡିଟିଙ୍ଗ ପ୍ରିଭିୟୁ ଥିଏଟରରେ କରାଯାଉଛି। ମିଳିଥିବା ସୂଚନା ଅନୁସାରେ ୟଶ୍‍ରାଜ ଫିଲ୍ମ୍‍ ନିଜର ଏହି ଚଳଚ୍ଚିତ୍ର ଏଡିଟିଙ୍ଗ ପାଇଁ ପ୍ରିଭିୟୁ ଥିଏଟର ଖୋଲିଛି। ଏହି ଟେକନିକ୍‍ ପ୍ରଥମ ଥର ପାଇଁ ବଲିଉଡରେ ବ୍ୟବହାର କରାଯାଉଛି। ତେଣୁ ସମ୍ପୁର୍ଣ୍ଣଭାବେ ନୂତନ ଶୈଳୀରେ ଏଡିଟିଙ୍ଗ ହେଉଥିବାରୁ ଚଳଚ୍ଚିତ୍ର ମୁକ୍ତିଲାଭକୁ ସମସ୍ତେ ଚାହିଁ ବସିଛନ୍ତି। ୟୁରୋପର ମାଲଟା ସହିତ ବିଭିନ୍ନ ସ୍ଥାନରେ ଚଳଚ୍ଚିତ୍ରର ସୁଟିଂ କରାଯାଇଛି। ଅନ୍ୟପକ୍ଷରେ ଏହି ଚଳଚ୍ଚିତ୍ରରେ ଦୁଇ ବଡ ଜାହାଜ ନିର୍ମାଣ କରାଯାଇଛି। ଏହି ଦୁଇ ଜାହାଜ ନିର୍ମାଣ କରିବାପାଇଁ ୨ବର୍ଷ ସମୟ ଲାଗିବା ସହ ୧୦୦୦ଜଣ ଶ୍ରମିକ କାର୍ଯ୍ୟ କରିଥିଲେ। ଏହି ଚଳଚ୍ଚିତ୍ରରେ ଅମିର ଖାନ୍‍ଙ୍କ ସହ ବିଗ-ବି ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ, ଫତିମା ସନା ଶେଖ୍‍ ପ୍ରମୁଖ ଅଭିନୟ କରିଛନ୍ତି।

Leave A Reply