ପାକିସ୍ତାନକୁ ଆମେରିକାର ଚେତାବନୀ

0

ୱାଶିଂଟନ : ଇମ୍ରାନ ଖାଁଙ୍କ ନେତୃତ୍ୱରେ ପାକିସ୍ତାନରେ ନୂଆ ସରକାର ଗଠନ ହେବାକୁ ଯାଉଥିବାବେଳେ ଆମେରିକା ଏହାକୁ କଡା ଚେତାବନୀ ଦେଇଛି। ପାକିସ୍ତାନ ଏବେ ବଡ ଆର୍ôଥକ ସଙ୍କଟ ଦେଇ ଗତି କରିଛି। ସେହିପରି ପଡୋଶୀ ଚୀନ ଠାରୁ ପାକିସ୍ତାନ ୫୦୦କୋଟି ଡଲାର ଋଣ ନେଇ ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟ କରିଛି। ଏହି ଋଣ ପରିଶୋଧ ପାଇଁ ପାକିସ୍ତାନ ଉପରେ ଚୀନ ଚାପ ପକାଇଛି। ଆର୍ôଥକ ସଙ୍କଟ ଓ ଚୀନ ଋଣ ପରିଶୋଧ ଚାପକୁ ନେଇ ପାକିସ୍ତାନ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍‍ଏଫ)ର ସହଯୋଗ ଲୋଡିଛି। ରିପୋର୍ଟ ଅନୁଯାୟୀ ଆଇଏମ୍‍ଏଫ ଠାରୁ ପାକିସ୍ତାନ ୧୨୦୦କୋଟି ଡଲାର ଋଣ ନେବାକୁ ଆବେଦନ କରିଛି। ତେବେ ପାକିସ୍ତାନକୁ ଏପରି ଋଣ ପ୍ରଦାନ ଉପରେ ଆମେରିକା ସତର୍କ ନଜର ରଖିଛି। ସୋମବାର ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମପେଓ କହିଛନ୍ତି ଯେ ପାକିସ୍ତାନ ଆଇଏମଏଫ ଠାରୁ ନେଉଥିବା ଅର୍ଥରେ ଚୀନ ଋଣ ପରିଶୋଧ କରିପାରିବ ନାହିଁ। ଆଇଏମଏଫ ଅର୍ଥର ବିନିଯୋଗ ଉପରେ କଡା ନଜର ରଖାଯିବ ବୋଲି ପୋମପେଓ କହିଛନ୍ତି। ଅନ୍ୟପଟେ ଆଇଏମ୍‍ଏଫ ମୁଖପାତ୍ର କହିଛନ୍ତି ଯେ ଋଣ ପ୍ରଦାନ ନିମନ୍ତେ ପାକିସ୍ତାନ ଏବେ ସୁଦ୍ଧା କୌଣସି ଅନୁରୋଧ କରିନାହିଁ।

Leave A Reply