ହିଲାରୀ କ୍ଲିଣ୍ଟନଙ୍କ ଘରୁ ମିଳିଲା ବୋମା

0

ନ୍ୟୁୟର୍କ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‍ କ୍ଲିଣ୍ଟନଙ୍କ ପତ୍ନୀ ତଥା ପୂର୍ବତନ ବିଦେଶ ମନ୍ତ୍ରୀ ହିଲାରୀ କ୍ଲିଣ୍ଟନଙ୍କ ଘରୁ ବୁଧବାର ଏକ ବୋମା ମିଳିଛି। କୁହାଯାଉଛି ଯେ ତାଙ୍କ ଘରକୁ କୋରିଅର ଯୋଗେ ଏକ ପ୍ୟାକେଟ୍‍ ଆସିଥିଲା। ସେହି ପ୍ୟାକେଟରୁ ବୋମା ମିଳିଛି। ଅଧିକାରୀଙ୍କ ସୂଚନା ଅନୁସାରେ ବିଲ୍‍ ଏବଂ ହିଲାରୀଙ୍କ ନ୍ୟୁୟର୍କ ସହର ଉପକଣ୍ଠସ୍ଥିତ ଘରୁ ବୋମା ମିଳିଛି। ସୂଚନା ପାଇଁ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ଜବତ କରିଥିଲେ। ଏହା ପୂର୍ବରୁ ଅକ୍ଟୋବର ୨୨ରେ ଆମେରିକାର ଜଣାଶୁଣା ଅରବପତି ଜର୍ଜ ସୋରୋସଙ୍କ ଘରୁ ଅନୁରୂପ ଏକ ବୋମା ମିଳିଥିଲା।

Leave A Reply