ଅନୁଗୁଳରେ ଆମ୍ବୁଲାନ୍ସର ଶୁଭାରମ୍ଭ

0

ଅନୁଗୁଳ : ଏନଜେନ ପକ୍ଷରୁ ପ୍ରଦାନ ଆମ୍ବୁଲାନ୍ସକୁ ଅନୁଗୁଳ ଜିଲାପାଳ ଅନିଲ କୁମାର ସାମଲ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସାମାଜିକ ଦାୟିତ୍ୱ ବୋଧକ ଭିତ୍ତିରେ କମ୍ପାନୀ ପକ୍ଷରୁ ମଙ୍ଗଳବାର ସକାଳେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଏହି ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି। ଶୁଭାରମ୍ଭରେ ଜିଲା ଗ୍ରାମ ଉନ୍ନୟନ ସଂସ୍ଥାନ ପ୍ରକଳ୍ପର ଅଧିକାରୀ ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଉପ ଜିଲାପାଳ ବାସୁଦେବ ଶତପଥୀ ଓ ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଚିକତ୍ସାଧୀକାର ଲକ୍ଷ୍ମୀ ନାରାୟଣ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply