ଶରୀର ପାଇଁ ଲାଭଦାୟକ ଅଁଳା

0

ଅଁଳା ଏପରି ଏକ ଫଳ ଯାହା ଶରୀର ପାଇଁ ଖୁବ ଲାଭଦାୟକ ଅଟେ। ଅଁଳାରେ ଭରପୂର ମାତ୍ରାରେ ଭିଟାମିନ-ସି, ଆଇରନ ଓ କ୍ୟାଲସିୟମ ରହିଛି। ଅଁଳାକୁ ଆପଣ ବିଭିନ୍ନ ଉପାୟରେ ପ୍ରସ୍ତୁତ କରି ଖାଇ ପାରିବେ। ଅଁଳା ଚଟଣି, ଖଟା, ଜୁସ୍ ଇତ୍ୟାଦି ସମସ୍ତେ ସେବନ କରିଥାଆନ୍ତି। ଶୀତଦିନେ ଗୁଡ ସହ ଅଁଳା ଖାଇବା ଦ୍ବାରା ଶରୀରର ଉଷ୍ମତା ଠିକ ରହିଥାଏ। ଏହାସହ ଅନେକ ପ୍ରକାରର ରୋଗ ସହ ଲଢିବାରେ ସକ୍ଷମ ହୋଇଥାଏ।।

ଅଁଳା ଖାଇବାର ଲାଭ :

ଅଁଳାରେ ଭିଟାମିନ ଭରପୂର ମାତ୍ରାରେ ରହିଛି। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

ଅଁଳାରେ ଭିଟାମିନ-ସି ରହିଥିବାରୁ ତାହା ହୃଦୟ ରୋଗ ପାଇଁ ଲାଭଦାୟକ ଅଟେ। ଏହା କୋଲେଷ୍ଟ୍ରୋଲକୁ ସନ୍ତୁଳିତ କରିଥାଏ।

ଅଁଳାରେ ଭିଟାମିନ-ସି ରହିଥିବାରୁ ଏହା ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ।

ଅଁଳାକୁ ନିୟମିତ ଖାଇବା ଦ୍ବାରା ମୁହଁରେ କୁଞ୍ଚନ ହୋଇନଥାଏ। ମୁହଁ ଆକର୍ଷଣୀୟ ଦେଖା ଯାଇଥାଏ।

ଶରୀରରେ କୌଣସି ଦାଗ ହୋଇଥିଲେ ଅଁଳା ଖାଇବା ଦ୍ବାରା ତାହା ସମ୍ପୁର୍ଣ୍ଣ ରୂପେ ଭଲ ହୋଇ ଯାଇଥାଏ।

ଅଁଳାରେ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ତାହା ଶରୀର ପାଇଁ ଲାଭଦାୟକ ହୋଇଥାଏ।

 

Leave A Reply