ମୋଦୀଙ୍କୁ ଅମରଙ୍କ ପ୍ରଶଂସା; ବିଜେପିରେ ମିଶିବା ସୂଚନା

0

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ପୂର୍ବତନ ନେତା ଅମର ସିଂହ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ଅମରଙ୍କ ଏହି ପ୍ରଶଂସା ତାଙ୍କର ବିଜେପିରେ ଯୋଗଦେବାର ସମ୍ଭାବନାକୁ ଉଜ୍ଜୀବିତ କରିଛି। ତେବେ ମୋଦୀଙ୍କୁ ପ୍ରଶଂସା କରିବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଅମର କହିଛନ୍ତି ଯେ ‘ମୋତେ ମୋଦୀ ଭଲ ଲାଗନ୍ତି ତେଣୁ ମୁଁ ତାଙ୍କୁ ସମର୍ଥନ କରେ।’ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଅମର ଖୋଲାଖୋଲି ମୋଦୀଙ୍କୁ ପ୍ରଶଂସା କରିଥିଲେ; ମାତ୍ର ବିଜେପିରେ ଯୋଗ ଦେଇ ନଥିଲେ। ସେ କହିଛନ୍ତି ଯେ ବିଜେପି ଯୋଗ ଦେବି କି ନ ଦେବି ତାହା ମୋ ନିଷ୍ପତ୍ତିର କଥା ନୁହେଁ। ଅମରଙ୍କୁ ଗତବର୍ଷ ସମାଜବାଦୀ ପାର୍ଟିରୁ ନିଲମ୍ବନ କରାଯାଇଥିଲା।

Leave A Reply