ଅଖିଳେଶଙ୍କୁ ଜେରା କରିବ ସିବିଆଇ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବେଆଇନ ବାଲି ଖାଦାନ କାରବାର ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ସିଂହ ଯାଦବଙ୍କୁ ସିବିଆଇ ଜେରା କରିବ। ଆଲ୍ଲାହାବାଦ ହାଇକୋର୍ଟ ନିର୍ଦେଶକ୍ରମେ ସିବିଆଇ ୨୦୧୬ରୁ ଏହି ମାମଲାର ତଦନ୍ତ କରୁଛି ଏବଂ ଶନିବାର ସିବିଆଇର ଏକ ୧୫ଜଣିଆ ଦଳ ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶର ଜାଲାଉଁ, ହମିରପୁର, ଲକ୍ଷ୍ନୌ, କାନପୁର ଆଦି ୧୨ଟି ସ୍ଥାନରେ ଚଢ଼ଉ କରିଛି। ଦୁର୍ନୀତି ବିରୋଧୀ ଅଭିଯାନ ପାଇଁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ଆଇଏଏସ୍‌ ଅଧିକାରୀ ବି. ଚନ୍ଦ୍ରକଳାଙ୍କ ସମେତ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ରାଜନେତାଙ୍କ ଘରେ ମଧ୍ୟ ସିବିଆଇ ଚଢ଼ଉ କରିଛି। ଚନ୍ଦ୍ରକଳା ବିଜନୋର, ହମିରପୁର, ମିରଟ ଓ ବୁଲନ୍ଦସହରରେ ଜିଲାପାଳ ଥିଲେ। ୨୦୧୨-୧୩ରେ ଅଖିଳେଶଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ଥିବା କିଛି ନେତାଙ୍କୁ ମଧ୍ୟ ପଚରାଉଚୁରା କରାଯିବାର ସମ୍ଭାବନା ଥିବା ସିବିଆଇ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply