ବିଭିନ୍ନ ସମୟ ଓ ଧର୍ମରେ ଦୀପାବଳି ପାଳନ

0

ଅଧର୍ମ ଉପରେ ଧର୍ମର ବିଜୟଲାଭ ଖୁସିରେ ଆମେ ଭାରତୀୟ ଦୀପାବଳି ପର୍ବ ପାଳନ କରିଥାଉ । ଦୀପାବଳି ଦିନ ସଂଧ୍ୟାରେ ସମସ୍ତଙ୍କ ଘରେ କେବଳ ଆଲୋକର ପ୍ରଜ୍ବଳନ ଦେଖିବାକୁ ମିଳିବ । କାରଣ ଏହି ଦିନର ଅର୍ଥ ହେଉଛି ଅନ୍ଧକାର ଉପରେ ଆଲୋକର ବିଜୟ ପ୍ରାପ୍ତି । ଆଲୋକର ଦିନ ଦୀପାବଳି ପର୍ବ ପାଳନ ପଛରେ ଯେକେବଳ ପୌରାଣିକ କାରଣ ରହିଛି ତାହା ନୁହେଁ । ବରଂ ଅଲଗା ଅଲଗା ରାଜ୍ୟ ଓ ଧର୍ମକୁ ନେଇ ଭିନ୍ନ କାରଣ ରହିଛି । କେବଳ ହିନ୍ଦୁ ନୁହେଁ ସବୁ ଧର୍ମର ଲୋକେ ବଡ ଉତ୍ସାହ ଓ ଉଲ୍ଲାର ସହ ଦୀପାବଳି ପର୍ବ ପାଳନ କରିଥାଆନ୍ତି । ତେବେ ଆସନ୍ତୁ ଜାଣିବା ରାଜ୍ୟ ଓ ଧର୍ମକୁ ନେଇ କ’ଣ ରହିଛି ଦୀପାବଳି ପାଳନର ମହତ୍ତ୍ବ ଟ୍ଟ

ଶିଖମାନଙ୍କ ପାଇଁ ବିଶେଷ ଦିନ: ଏହି ଦିନ ଶିଖ୍ ସମ୍ପ୍ରଦାୟର ଲୋକମାନେ ସେମାନଙ୍କର ତୃତୀୟ ଗୁରୁ ଅମର ଦାସଙ୍କ ଆର୍ଶୀବାଦ ପାଇଁ ଏକତ୍ର ହୋଇଥାଆନ୍ତି । ଏହା ସହ ୧୫୭୭ ମସିହାରେ ଏହି ଦିନ ଅମୃତସର ସ୍ବର୍ଣ୍ଣ ମନ୍ଦିରର ଶିଳାନ୍ୟାସ ହୋଇଥିଲା। ଏତତ୍ ବ୍ୟତିତ ୧୬୧୯ ମସିହା କାର୍ତ୍ତିକ ଅମାବାସ୍ୟା ଦିନ ଶିଖ ସମ୍ପ୍ରଦାୟର ଷଷ୍ଠ ଗୁରୁ ହରଗୋବିନ୍ଦ ସିଂହ ଜେଲରୁ ମୁକୁଳିଥିଲେ ।

ଜୈନ ଧର୍ମାବଲମ୍ବୀଙ୍କ ପାଇଁ ବିଶେଷ ଦିନ: ଜୈନ ଧର୍ମରେ ଦିପାବଳୀକୁ ବଡ ଧୁମଧାମରେ ପାଳନ କରାଯାଏ । ଏହି ଦିନ ଆଧୁନିକ ଜୈନ ଧର୍ମ ସ୍ଥାପନ ହୋଇଥିଲା । ଏହା ସହ ଦିପାବଳୀ ଦିନ ଜୈନିକ ଧର୍ମର ନିର୍ବାଣ ବା ମୋକ୍ଷ ପ୍ରାପ୍ତି ଲାଭ ହୋଇଥିଲା।

ଆର୍ୟ ସମାଜ: ଆର୍ୟ ସମାଜ ସ୍ଥାପକ ମହର୍ଷି ଦୟାନନ୍ଦ ଭାରତୀୟ ସଂସ୍କୃତିର ମହାନ ଜନନାୟକ ଭାବରେ ଦିପାବଳୀ ଦିନ ଆଜମେର ନିକଟରେ ଦେହତ୍ୟାଗ କରିଥିଲେ ।

ଏହା ବ୍ୟତିତ ମୋଗଲ ସମ୍ରାଟ ଆକବରଙ୍କ ଶାସନକାଳ ସମୟରେ ଦୌଲତଖାନ ସମ୍ମୁଖରେ ୧୨୦ ଫୁଟ୍ ଉଚ୍ଚ ବିଶିଷ୍ଟ ଏକ ବାଉଁଶରେ ବଡ ଦୀପ ଜଳାଇ ଟଙ୍ଗାଯାଏ । ଦ୍ବିତୀୟ ଶାହ ଆଲମଙ୍କ ସମୟରେ ସମସ୍ତେ ଘର ଦୀପରେ ସଜାଯାଏ । ଏହି ଅବସରରେ ହିନ୍ଦୁ ଓ ମୁସଲମାନ ଆନନ୍ଦର ସହ ଏହି ପର୍ବ ପାଳନ କରିଥାଆନ୍ତି ।

ଐତିହାସିକ ତଥ୍ୟ ଅନୁଯାୟୀ ଖ୍ରୀଷ୍ଟ ପୂର୍ବ ୫୦୦ ବର୍ଷ ପୂର୍ବେ ମହେଞ୍ଜୋଦାର ସଭ୍ୟତା ସମୟରେ ମାଟି ମୂର୍ତ୍ତିରେ ଦେବୀଙ୍କ ଦୁଇ ହାତରେ ଦୀପ ଜଳୁଥିବା ଦେଖାଯାଇଛି । ସେ ସମୟରେ ଦିପାବଳୀ ପର୍ବ ପାଳନ କରାଯାଏ ବୋଲି ଏହି ମୂର୍ତ୍ତି ପ୍ରମାଣ କରୁଛି ।

ବୈ଼ଜୟନ୍ତୀ ନାୟକ

Leave A Reply