କ୍ରିକେଟର ଅଜିତ ୱାଦେକରଙ୍କ ପରଲୋକ

0

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‍ ଦଳର ପୂର୍ବତନ ଅଧିନାୟକ ଅଜିତ ୱାଦେକରଙ୍କ ୭୭ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୁମ୍ବଇ ସ୍ଥିତ ଜଶ୍‍ଲୋକ ଡାକ୍ତରଖାନାରେ ଆଜି ତାଙ୍କର ପରଲୋକ ଘଟିଛି। ୧୯୬୬ ମସିହାରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଟେଷ୍ଟ ଜୀବନ ଆରମ୍ଭ କରିଥିବା ୱାଦେକର ୩୭ଟି ଟେଷ୍ଟ ମ୍ୟାଚ୍‍ ଖେଳି ୩୧.୦୭ % ହାରରେ ୨,୧୧୩ ରନ୍‍ ସଂଗ୍ରହ କରିଥିଲେ। ସେ ଦୁଇଟି ଏକଦିବସୀୟ ମ୍ୟାଚ୍‍ ମଧ୍ୟ ଖେଳିଛନ୍ତି। ୧୯୭୧ରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ସିରିଜ୍‍ ବିଜୟ ହେଉଛି ତାଙ୍କର ସବୁଠାରୁ ବଡ଼ ସଫଳତା। ୧୯୯୦ ଦଶକରେ ସେ ଭାରତୀୟ ଟିମ୍‍ର ମ୍ୟାନେଜର ପଦ ଭାର ମଧ୍ୟ ସମ୍ଭାଳିଥିଲେ। ୧୯୬୭ ମସିହାରେ ତାଙ୍କୁ ଅର୍ଜୁନ ସମ୍ମାନ ଓ ୧୯୭୨ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କ୍ରିକେଟକୁ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ସି କେ ନାଇଡ଼ୁ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଥିଲା। ଅଜିତ ୱାଦେକରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି।

Leave A Reply