ଝାରସୁଗୁଡାରୁ ବିମାନ ଉଡାଣ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

0

ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦରରୁ ୧୫ଦିନରୁ ଅଧିକ ହେବ ବିମାନ ବନ୍ଦ ରହିଛି। ଯାହାକୁ ନେଇ ଶୁକ୍ରବାର ଦିନ ଝାରସୁଗୁଡା ଜିଲାରେ ବିଜୁ ଜନତା ଦଳ ପକ୍ଷରୁ କିଶୋର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଏହି ବିଷୟ ଅବଗତ କରାଇ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ ଗତ ସେପ୍ଟେମ୍ବର୨୨ ତାରିଖରେ ପ୍ରଧାନମନ୍ତ୍ରୀ ବିମାନ ବନ୍ଦରକୁ ଉଦଘାଟନ କରିବା ସହିତ ଉଡାଣ ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ । କିନ୍ତୁ କିଛିଦିନ ଝାରସୁଗୁଡ଼ାରୁ ବିମାନ ଚାଲିଲା ପରେ ଆଜିକୁ ୧୫ ଦିନ ଠାରୁ ଅଧିକ ହେବ ବିମାନ ସେବା ପାଇବାରୁ ଲୋକମାନେ ବଞ୍ଚିତ ହେଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡ଼ା ବିଜୁ ଜନତା ଦଳର କର୍ମକର୍ତ୍ତା ଓ ଝାରସୁଗୁଡା ଜିଲାର ତିନି ପୌରପାଳିକାର ଅଧ୍ୟକ୍ଷ ଭେଟିଛନ୍ତି।

Leave A Reply