ଶୀଘ୍ର ବିମାନ ଉଡାଣ ଦାବି: ଅନଶନରେ ବସିଲେ ବିଧାୟକ

0

ଝାରସୁଗୁଡା: ଝାରସୁଗୁଡା ବିମାନ ବନ୍ଦରରୁ ଶୀଘ୍ର ବିମାନ ଉଡାଣ ଦାବି ନେଇ ବିଧାୟକ ନବ ଦାସଙ୍କ ଅନଶନରେ ବସିଛନ୍ତି। ଝାରସୁଗଡା ବିମାନ ବନ୍ଦର ଗତ ସେପ୍ଟେମ୍ବର ମାସ ୨୨ତାରିଖରେ ଉଦଘାଟନ ହୋଇଥିଲା। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନ ବନ୍ଦରକୁ ଉଦଘାଟନ କରିଥିଲେ। ବୀର ସୁରେନ୍ଦ୍ର ସାଏଙ୍କ ନାମରେ ବିମାନ ବନ୍ଦରକୁ ନାମିତ କରିଥିଲେ। ଉଦଘାଟନକୁ ଏକ ମାସ ବିତି ଯାଇଥିଲେ ମଧ୍ୟ ଆଜିକୁ ୧୩ ଦିନ ହେବ ଝାରସୁଗୁଡା ବିମାନ ବନ୍ଦରରୁ ବିମାନ ଉଡାଣ ହେଉନାହିଁ। ଏହାକୁ ନେଇ ଝାରସୁଗୁଡା ବିଧାୟକ ନବ ଦାସ ମଙ୍ଗଳବାର ଦିନ ବିମାନ ବନ୍ଦର ସମ୍ମୁଖରେ ଅନଶନରେ ବସି ରହିଛନ୍ତି। ସେ ବିମାନ ଉଡାଣର ବିଫଳତା ଓ ବାଣିଜ୍ୟ ଭିତ୍ତିକ ବିମାନ ଶୀଘ୍ର ଚଳାଇବାକୁ ଦାବି କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସି ରହିଛନ୍ତି।

Leave A Reply