ରାତିରେ ଆହାର କେନ୍ଦ୍ରରେ ମିଲିବ ଆହାର

0

ଭୁବନେଶ୍ୱର . –  ଆସନ୍ତା ବର୍ଷ ୨୦୧୯ ଜାନୁଆରୀ ୧ ତାରିଖରୁ ରାଜ୍ୟ ସରକାର ଖୋଲିଥିବା ଆହାର କେନ୍ଦ୍ରରେ ରାତିରେ ଆହାର ବା ଖାଦ୍ୟ ମିଳିବ ।  ଡାକ୍ତରଖାନା ନିକଟରେ ଥିବା ଆହାର କେନ୍ଦ୍ର ଗୁଡିକରେ ରାତିରେ ଆହାର ମିଳିବ । ଦୂରରୁ ଆସୁଥିବା ରୋଗୀମାନଙ୍କ ସମ୍ପର୍କୀୟ ଏହା ଉପରେ ନିର୍ଭର କରୁଥିବାରୁ ରାତିରେ ଆହାର ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏହି ବ୍ୟବସ୍ଥାକୁ ଅଧିକ ଲୋକପ୍ରିୟ କରିବା ପାଇଁ ଅନ୍‌ଲାଇନ୍‌ ଦାନ ବ୍ୟବସ୍ଥା କରାଯିବ । ଲୋକମାନେ ନିଜର ଜନ୍ମଦିନ ସହ ଅନ୍ୟ ସ୍ୱତନ୍ତ୍ର ଦିବସରେ ଆହାର କେନ୍ଦ୍ରରେ ଖାଇବାକୁ ଦେଇ ପାରିବେ । ଏହି ଦାନ ବ୍ୟବସ୍ଥା ଆନ୍‌ଲାଇନ୍‌ ହୋଇଥିବା ବେଳେ ଆୟକର ମୁକ୍ତ ରହିବ  । ରାଜ୍ୟ ସରକାର ଜାନୁଆରୀ ୨୬ ତାରିଖରୁ  ବାକିଥିବା ୩୨ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଆରମ୍ଭ କରିବେ । ଦୈନିକ ପ୍ରାୟ ଏକ ଲକ୍ଷ ଲୋକଙ୍କୁ ଉତ୍ତମ ଆହାର ମାତ୍ର ୫ ଟଙ୍କାରେ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Leave A Reply