ଆଫଗାନିସ୍ତାନରେ ସୁନା ଖଣି ଧସି ୩୦ ମୃତ

0

କାବୁଲ : ଆଫଗାନିସ୍ତାନ କୋହିସ୍ତାନ ଜିଲାରେ ରବିବାର ଏକ ସୁନା ଖଣି ଧସି ୩୦ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୧୫ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁସାରେ ବଡ଼ାଖସାନ ପ୍ରାନ୍ତର ଉତ୍ତର ପୂର୍ବସ୍ଥିତ କୋହିସ୍ତନର ଏକ ସୁନା ଖଣି ଧସିଯାଇଛି। ପ୍ରାନ୍ତ ଗଭର୍ଣ୍ଣରଙ୍କ ମୁଖପାତ୍ର ମୋହମ୍ମଦ ନଜାରୀ ସୁନା ଖଣି ଧସିବାରୁ ଅନ୍ୟୁନ୍‍ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସକାଳ ପ୍ରାୟ ୧୧ଟା ବେଳେ ହଠାତ୍‍ ଖଣିଟି ଧସିଯାଇଥିଲା। ଖଣି ଭିତରେ ପ୍ରାୟ ୪୦ରୁ ୫୦ ଜଣ ଶ୍ରିମକ କାର୍ଯ୍ୟ କରୁଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୩୦ ଜଣଙ୍କ ଶବ ଜବତ କରିଛନ୍ତି। ୧୫ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ସନ୍ଦେହ କରାଯାଉଛି।

Leave A Reply