ସୋମବାର ପର୍ଯ୍ୟନ୍ତ ଜାରି ରହିବ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0

କଟକ : ସାରା ରାଜ୍ୟରେ ଚାଲୁ ରହିଥିବା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସୋମବାର ପର୍ଯ୍ୟନ୍ତ ଜାରି ରହିବ। ହାଇକୋର୍ଟ ବାର ଆସୋସିଏସନ୍‍ ଏବଂ ରାଜ୍ୟ ଓକିଲ ସଂଘ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ତେବେ ସାରା ରାଜ୍ୟରେ ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ। ସୂଚନାଯୋଗ୍ୟ ଗତ ୨୮ ତାରିଖରେ ଏକ ସଡ଼କ ଦୁର୍ଘଟଣାକୁ ନେଇ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ସହ ପୁଲିସର ଯୁକ୍ତିତର୍କ ହୋଇଥିଲା। ପୁଲିସ ଆଇନଜୀବୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହାର ପ୍ରତିବାଦ କରି ଆଇନଜୀବୀ ମାନେ ଆନ୍ଦୋଳନ ଚଳାଇଛନ୍ତି।

Leave A Reply