ଆଧାର ଡାଟାବେସରୁ ନିଆଯାଇ ନାହିଁ ଟ୍ରାଇ ମୁଖ୍ୟଙ୍କ ତଥ୍ୟ: ୟୁଆଇଡିଏଆଇ

0

ନୂଆଦିଲ୍ଲୀ : ଟ୍ରାଇ ଅଧ୍ୟକ୍ଷ ଆରଏସ୍‍ ଶର୍ମାଙ୍କ ଯେଉଁ ସବୁ ବ୍ୟକ୍ତିଗତ ତଥ୍ୟ ସାର୍ବଜନୀନ ହୋଇଛି ତାହା ଆଧାର ଡାଟାବେଶ କିମ୍ବା ଏହାର ସର୍ଭରରୁ ନିଆଯାଇ ନାହିଁ ବୋଲି ଭାରତୀୟ ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) କହିଛନ୍ତି। ୟୁଆଇଡିଏଆଇ କହିଛନ୍ତି ଯେ ଶର୍ମାଙ୍କର ଯେଉଁ ସବୁ ତଥ୍ୟ ଟ୍ୱିଟରରେ ପ୍ରକାଶ କରାଯାଇଛି ତାହା ଗୁଗଲ ସର୍ଚ୍ଚ କିମ୍ବା ଅନ୍ୟ ୱେବସାଇଟ୍‍ରେ ସହଜରେ ଉପଲବ୍ଧ। ୧୨ଅଙ୍କ ବିଶିଷ୍ଟ ଆଧାର ନମ୍ବର ବିନା ତାଙ୍କର ବ୍ୟକ୍ତିଗତ ତଥ୍ୟ ଉପଲବ୍ଧ ହୋଇପାରିବ। ଆଧାର ମାଧ୍ୟମରେ ନାଗରିକର ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହେବା ପରେ ୟୁଆଇଡିଏଆଇ ଆଲୋଚନାର ପରିସରକୁ ଆସିଛନ୍ତି।
ଶନିବାର ଭାରତୀୟ ଟେଲିକମ୍‍ ନିୟାମକ କର୍ତ୍ତୃପ (ଟ୍ରାଇ) ଅଧ୍ୟକ୍ଷ ଆରଏସ୍‍ ଶର୍ମା ତାଙ୍କ ଆଧାର ନମ୍ବରକୁ ଟ୍ୱିଟରରେ ସେୟାର କରିବା ସହ ଏହା ମାଧ୍ୟମରେ ତାଙ୍କର ବ୍ୟକ୍ତିଗତ ତଥ୍ୟ ଯେପରି କି ମୋବାଇଲ ଓ ପାନ ନମ୍ବର ପ୍ରଘଟ କରିବାକୁ ଆହ୍ୱାନ ଦେଇଥିଲେ। ତେବେ ଶର୍ମା ତାଙ୍କ ଆଧାର ନମ୍ବର ସେୟାର କରିବାର କିଛି ସମୟ ପରେ ତାଙ୍କର ଏହିସବୁ ବ୍ୟକ୍ତିଗତ ତଥ୍ୟ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

Leave A Reply