ଅକ୍ଷରଧାମ ଆକ୍ରମଣ ଅଭିଯୁକ୍ତ ଗିରଫ

0

ଅହମ୍ମଦାବାଦ : ଗୁଜରାଟର ଗାନ୍ଧୀନଗରସ୍ଥିତ ଅକ୍ଷରଧାମ ମନ୍ଦିରରେ ୨୦୦୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଅଭିଯୁକ୍ତ ମହମ୍ମଦ ଫାରୁକ ଶେଖ୍‍କୁ ସୋମବାର କ୍ରାଇମବ୍ରାଞ୍ଚ ପୁଲିସ ସ୍ଥାନୀୟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତିକ ବିମାନବନ୍ଦରରୁ ଗିରଫ କରିଛି। ଗତ ବର୍ଷ ନଭେମ୍ବର ୩ରେ ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ଅବଦୁଲ ରଶିଦ ଆଜମେରୀ ସାଉଦିଆରବରୁ ଫେରୁଥିବାବେଳେ ବିମାନବନ୍ଦରରୁ ଗିରଫ ହୋଇଥିଲା। ଅହମ୍ମଦାବାଦବାସୀ ଆଜମେରୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତଏବାର ସଦସ୍ୟ ଓ ସେ ଆକ୍ରମଣ ପରେ ସାଉଦିଆରବ ଯାଇ ରିଆଦ୍‍ରେ ଅବସ୍ଥାନ କରୁଥିଲା। ୨୦୦୨ ସେପ୍ଟେମ୍ବର ୨୪ରେ ଏହି ଆକ୍ରମଣ ହୋଇଥିଲା; ଯେଉଁଥିରେ ୩୨ଜଣ ପ୍ରାଣହରାଇଥିଲେ ଓ ୮୦ ଆହତ ହୋଇଥିଲେ। ପୁଲିସ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ମଧ୍ୟ ପ୍ରାଣ ହରାଇଥିଲେ। ଏହି ମାମଲାରେ ସୁପ୍ରିମକୋର୍ଟ ୨୦୧୪ରେ ୬ଜଣ ଅଭିଯୁକ୍ତଙ୍କୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣ ମୃତ୍ୟୁଦଣ୍ଡାଦେଶ ଭୋଗୁଥିଲେ।

Leave A Reply