ସଡ଼କ ଦୁର୍ଘଟଣାରେ ୬ ଗୁରୁତର

0

କଟକ : ଟାଙ୍ଗୀ ବଇଁଚୁଆ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୬ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜଗନ୍ନାଥ ଦର୍ଶନ କରିବାକୁ ଆସାନସୋଲରୁ କିଛି ଲୋକ କାର ଯୋଗେ ପୁରୀ ଆସୁ୍‍ଥିଲେ। ଘନ କୁହୁଡ଼ି ଯୋଗୁ ରାସ୍ତା ଡ଼ିଭାଇଡ଼ରରେ କାର ପିଟି ହୋଇଯାଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି।

Leave A Reply