ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର

0

ଭଞ୍ଜନଗର: ଭଞ୍ଜନଗର ଥାନା ଢୁଢୁଆ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ପିକଅପ ଭ୍ୟାନ ଧକ୍କାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଯୁବକ ଜଣକ ଗ୍ୟାରେଜରୁ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ପିକଅପ ଭ୍ୟାନଟି ଧକ୍କା ଦେଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଭଞ୍ଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply