ସ୍କର୍ପିଓ ଗାଡି ଧକ୍କାରେ ମହିଳା ମୃତ

0

ଭୁବନେଶ୍ବର : ଏକ ସ୍କର୍ପିଓ ଗାଡି ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବୁଧବାର ସକାଳେ ଭୁବନେଶ୍ବର ଖଣ୍ଡଗିରି ଥାନା ଅନ୍ତର୍ଗତ ନାକା ଗେଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ମହିଳାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ମୃତ ମହିଳାଙ୍କ ପରିବାରକୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି​‌ରେ ସ୍ଥାନୀୟଲୋକ ରାସ୍ତାରୋକ କରିଛନ୍ତି। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।

ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଥାନା ନାକାଗେଟ୍‌ ନିକଟରେ ଥିବା ଚାଳସାହି ବସ୍ତିର ଜଣେ ମହିଳା ଗାଧୋଇ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଦୃତଗତି​‌ରେ ଆସୁଥିବା ଏକ ସ୍କର୍ପିଓ ଗାଡି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ଲୋକମାନେ ସ୍କର୍ପିଓ ଗାଡି ଚାଳକକୁ ଧରି ପୁଲିସକୁ ଦେଇଥିଲେ। ଏହାସହ କ୍ଷତିପୂରଣ ଦାବି​‌ରେ ସ୍ଥାନୀୟଲୋକମାନେ ରାସ୍ତାରୋକ କରିଛନ୍ତି।

 

Leave A Reply