ବାଇକ ଦୁର୍ଘଟଣାରେ ମହିଳା ମୃତ, ୨ଆହତ

0

ଖୁଣ୍ଟା: ସ୍ଥାନୀୟ ପେଟ୍ରୋଲ ଟାଙ୍କି ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମହିଳା ଶୋଚନୀୟ ଭାବେ ପ୍ରାଣ ହରାଇଛନ୍ତି । ଏହି ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ମୃତ ମହିଳାଙ୍କ ସ୍ୱାମୀ ଆହତ ହୋଇଛନ୍ତି । ଶନିବାର ପୂର୍ବାହ୍ନରେ ଖୁଣ୍ଟା ବଙ୍ଗଳା ଛକ ନିକଟସ୍ଥ ପେଟ୍ରୋଲ ଟାଙ୍କି ନିକଟରେ ଏହି ଦୁର୍ଘଟଣା ଘଟିଛି ।

ସୂଚନାଯୋଗ୍ୟ,ବଡ଼ଖୁଣ୍ଟା ନିକଟସ୍ଥ ଖପ୍ରାପାଳ ଗ୍ରାମର ସୂର୍ୟ୍ୟନାରାୟଣ ସିଂହବାବୁ(୫୦) ପତ୍ନୀ ରାଜେଶ୍ୱରୀ(୪୫)ଙ୍କ ସହିତ ବାଇକରେ ଖୁଣ୍ଟା ବଙ୍ଗଳା ଛକ ନିକଟରେ ଥିବା ପେଟ୍ରୋଲ ଟାଙ୍କିକୁ ତେଲ ପକାଇବାକୁ ଯାଉଥିଲେ । ସେହି ସମୟରେ ବିପରୀତ ଦିଗରୁ ଦୃତ ବେଗରେ ଆସୁଥିବା ଅନ୍ୟ ଏକ ବାଇକ୍ ସହ ଟାଙ୍କି ସମ୍ମୁଖରେ ମୁହାଁମୁହିଁ ଧକ୍କା ହୋଇଥିଲା ବୋଲି ପ୍ରତେକ୍ଷ୍ୟଦର୍ଶୀ କହିଛନ୍ତି । ଏହି ଦୁର୍ଘଟଣାରେ ରାଜେଶ୍ୱରୀ ଓ  ଅନ୍ୟ ବାଇକରେ ବସିଥିବା ସୁଵର୍ଣ୍ଣମଞ୍ଜରୀ ଗ୍ରାମର ହରିଶ୍ଚନ୍ଦ୍ର ସିଂ(୩୦) ଓରଫ ମୁନା ଗୁରୁତର ଆହତ ହୋଥିଲା ବେଳେ ସୂର୍ୟ୍ୟନାରାୟଣଙ୍କୁ ଆହତ ଅବସ୍ଥାରେ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କୁ ବାରିପଦା ପିଆରଏମ ଭେଷଜ ମହାବିଦ୍ୟାଳୟ ପଠାଯାଇ ଥିବା ବେଳେ ରାସ୍ତାରେ ରାଜେଶ୍ୱରୀ ମୃତ୍ୟୁ ବରଣ କରିଛନ୍ତି।

Leave A Reply