ସଡ଼କ ଦୁର୍ଘଟଣାରେ ୨ ମୃତ

0

ରାଉରକେଲା : ରାଉରକେଲା ବାଲୁଘାଟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ୨ ଜଣ ହେଲେ ଶମ୍ବୁନାଥ ସେଠୀ ଓ ମୁନା ସେଠୀ। ସେମାନେ ସଂପର୍କରେ ବାପା ପୁଅ। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଟ୍ରକ ପାର୍କିଂ କରି ବାପା ପୁଅ ରାସ୍ତା ପାର ହେଉଥିବା ବେଳେ ଆଉ ଏକ ଟ୍ରକ ଆସି ଦୁହିଁଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା।

Leave A Reply