ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୩ ଆହତ

0

ବାଲେଶ୍ବର: ସଦର ଥାନା ଇଶାନି ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଖଣ୍ଟାପଡା ଥାନା ଅନ୍ତର୍ଗତ ଇଞ୍ଚୁଡିର ୨୦ ବର୍ଷୀୟ ରାଜୁ ଦଲାଇ । ଆହତମାନେ ହେଲେ ଶିବା ମରାଣ୍ଡି(୨୦), ଦୀପୁ ବିଶ୍ରା (୧୮) ଏବଂ ବାପୁନୁ ମରାଣ୍ଡି (୧୯) । ଏମାନେ ସମସ୍ତେ ସଦର ଥାନା ଅନ୍ତର୍ଗତ ତେନ୍ତୁଲି ମୁଣ୍ଡା ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply