ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୪ ଯୁବକ ଗୁରୁତର

0

ବାଲେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୪ ଜଣ ଯୁବକ ଗୁରୁତର ହୋଇଛନ୍ତି । ସୋମବାର ସକାଳୁ ଜଳେଶ୍ୱର ଥାନା ଅନ୍ତର୍ଗତ ଭେଲୋରା ନିକଟରେ ଏହି ଦୁର୍ଘଟଣା ଘଟିଛି । ୪ ଜଣ ଯୁବକ ଗୋଟିଏ ବାଇକରେ ଯାଉଥିବା ବେଳେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲେ । ଦୁର୍ଘଟଣା ପରେ ଏମାନେ ଅଚେତ ଅବସ୍ଥାରେ ରାସ୍ତାରେ ପଡି ରହିଥିବା ବେଳେ ସ୍ଥାନୀୟଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଏମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା। ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।

Leave A Reply