ଭାରସାମ୍ୟ ହରାଇ ଓଲଟି ପଡିଲା ସ୍କୁଲ ଭ୍ୟାନ, ଶିକ୍ଷୟିତ୍ରୀ ମୃତ

0

ପୁରୀ: ଏକ ମର୍ମନ୍ତୁଦ ସକ ଦୁର୍ଘଟଣାରେ ଜଣେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଶନିବାର ସକାଳେ ପୁରୀରୁ ବ୍ରହ୍ମଗିରି ଯାଉଥିବା ଜାଭିୟର ସ୍କୁଲର ଏକ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତାକଡ଼ ନୟନଯୋରୀକୁ ଓଲଟି ପଡ଼ିଛି । ତୁରନ୍ତ ସ୍ଥାନୀୟଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାଗ୍ରସ୍ତ ଗାଡି ମଧ୍ୟରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣେ ଶିକ୍ଷୟିତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

Leave A Reply