ପୃଥକ ପୃଥକ ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ସମେତ ଯୁବକ ମୃତ

0

ଗୋପ: ରବିବାର ରାତ୍ର ୧୧ଟା ରେ ପୃଥକ ପୃଥକ ଭାବରେ ଦୁଇଟି ସ୍ଥାନରେ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ସହ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରକାଶ ଯେ ଗୋପବ୍ଲକ ଅଧୀନ ବୀରତୁଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜୀବ ଲୋଚନ ରାୟ (୪୬) ରାତ୍ର ୧୧ଟାରେ କୋଣାର୍କରୁ ଘରକୁ ଫେରୁଥିବା ବେଳେ ଗୋପ -କୋଣାର୍କ ରାସ୍ତାର ଶାରଡା ଛକ ନିକଟରେ ତାଙ୍କ ବାଇକ ଏକ କୁକୁର ଦେହରେ ପିଟି ହୋଇଥିଲା । କୁକୁର ଦେହରେ ପିଟି ହୋଇଯିବାରୁ ସେ ପଡି ଯାଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଗୋପ ଡାକ୍ତରଖାନା ଅଣାଯିବା ପରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ବର ପଠାଯାଇଥିଲେ । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଛି । ସରପଞ୍ଚଙ୍କ ବାଇକରେ ଥିବା ଆଉ ଜଣେ ଗୁରୁତର ହୋଇଥିବା ମଧ୍ୟ ଜଣାପଡିଛି । ସେହି ଭଳି ଗୋପ ଥାନା ଅଧୀନ ବେଗୁନିଆ ଗ୍ରାମର ନିରଞ୍ଜନ ବେହେରା (୩୨)ଙ୍କର ଗୋପ -ବାଲିଘାଇ ରାସ୍ତାର ଜାଉଁଳିପୋଖରି ନିକଟରେ ବାଇକ୍ ଏକ ଗଛରେ ଧକ୍କାରେ ଦେବାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ନିରଞ୍ଜନଙ୍କୁ କେହି ଦୁବୃର୍ତ୍ତ ହତ୍ୟା କରିଥିବା ଅଭିଯୋଗ ହେଉଛି । ଏ ପର୍ୟ୍ୟନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡ଼ିଛି ।

Leave A Reply