ହାଇୱା ଗାଡି ଧକ୍କାରେ ଛାତ୍ରୀ ମୃତ

0

ବଣାଇ: ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥ ୧୦ ନମ୍ବର କ ରାସ୍ତାର ଶିହିଡିହା ବିଏସନାଲ ଟାୱାର ନିକଟରେ ଆଜି ସକାଳ ଏକ ହାଇୱେ ଗାଡି ଧକ୍କା ହେବା ଫଳରେ ଜଣେ ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏହି ମୁତ୍ୟୁ ଖବର ଜାଣିବାପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ଫଳରେ ଶହ ଶହ ଗାଡି ରାସ୍ତାର ଉଭୟ ପାର୍ଶ୍ବରେ ଛିଡା ହୋଇ ରହିଥିଲା ।

ଘଟଣାରୁ ପ୍ରକାଶ ଯେ, ଧୋକା ମୁଣ୍ଡା ଗ୍ରାମର ଛାତ୍ରୀ ରଶ୍ମି ଗିରୀ (୧୪)ନାମକ ନାବାଳିକା ସେ ଖୁଣ୍ଟଗାଁ ପିବିଡିଏ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣାପଡ଼ିଛି । ଶିହିଡିହା ସ୍କୁଲରେ ପାଠପଢୁ ଥିବା ଭାଇକୁ ଦେଖା କରିବା ପାଇଁ ରଶ୍ମି ଆଜି ସକାଳେ ଖୁଣ୍ଟଗାଁରୁ ଶିହିଡିହା ଏକ ଅଟୋରେ ଆସୁଥିଲେ । ଅଟୋରୁ ଓହ୍ଲାଇବ ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସ୍ଥାନୀୟଲୋକ ରାସ୍ତାରୋକ କରିବା ସହିତ କ୍ଷତି ପୂରଣ ପାଇଁ ଦାବି କରିଥିଲେ । ଖବର ପାଇ ମହୁଲପଦା ଥାନା ଅଧିକାରୀ ଜୟନ୍ତ କୁମାର ବେହେରା ପହଞ୍ଚି ରାସ୍ତାରୋକ କରିଥିବା ଲୋକମାନଙ୍କ ବୁଝାସୁଝା କରିବା ସହିତ ହାଇୱା ଗାଡିକୁ ଥାନା ଅଟକ ରଖି ଘଟଣାର ତଦନ୍ତ ଚାଲିଥିବା ଜଣାପଡ଼ିଛି ।

Leave A Reply