ତେଲଙ୍ଗାନା : ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ

0

ହାଇଦରାବାଦ : ତେଲଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ଅନ୍ତର୍ଗତ ନାସର୍ଲାପାଲି ନିକଟରେ ରବିବାର ଏକ ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୪ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ହାଇଦରାବାଦରୁ ନାଗାର୍ଜୁନ ସାଗର ଡ୍ୟାମ ଅଞ୍ଚଳକୁ ପିକନିକ୍‍ ରେ ଯାଉଥିବା ଏକ ଏମୟୁଭି କାର୍‍ ନିୟନ୍ତ୍ରଣ ହରାଇ ନାସର୍ଲାପାଲି ନିକଟ ଥିବା ଏକ ବସ୍‍ଷ୍ଟାଣ୍ଡ୍‍ ପାଚେରି କାନ୍ଥରେ ଧକ୍କା ହେବାରୁ ୨ଜଣ ମହିଳା, ଜଣେ ୫ ବର୍ଷର ବାଳକ ସମେତ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି। ୩ଟି ଗାଡିରେ ୩୦ଜଣ ଲୋକ ନାଗାର୍ଜ୍ଜୁନ ସାଗର ନଦୀବନ୍ଧ ଅଞ୍ଚଳକୁ ପିକନିକ୍‍ ପାଇଁ ଯାଉଥିଲାବେଳେ ଗୋଟିଏ ଗାଡିର ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଅଘଟଣ ଘଟିଛି।

Leave A Reply