ସଡକ ଦୁର୍ଘଟଣାରେ ୬ ମୃତ

0

କୋଏମ୍ବଟୋର: ତାମିଲନାଡୁର କୋଏମ୍ବୋଟରରେ ଏକ କାର ଧକ୍କାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଧକ୍କା କରିଥିବା କାର୍‌ ମାଲିକ ଏକ  ବେସରକାରୀ ମହାବିଦ୍ୟାଳୟର ମାଲିକ । ସେ ଦୃତ ଗତିରେ କାର ଚଳାଉଥିବା ବେଳେ ରାସ୍ତାକଡରେ ଛିଡା ହୋଇଥିବା ଲୋକଙ୍କ ଉପରେ ତାଙ୍କର କାର୍‌ ମାଡିଯାଇଥିଲା ।  ଦୁର୍ଘଟଣା ପରେ କାର ମାଲିକ ବି କାର ଭିତରେ ଚେତା ହରାଇଥିଲେ ।

ପରେ ତାଙ୍କୁ ଚିହ୍ନଟ କରାଯାଇଥିଲା । ତାଙ୍କର ନାମ ଜଗଦୀଶ ଓ ସେ ରଥିନାମ ନାମକ ମହାବିଦ୍ୟାଳୟର ମାଲିକ ବୋଲି ଜଣା ପଡିଛି । ମୃତକଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି ।

Leave A Reply