ଗୃହ କମିଟିରେ ହାଜର ହେଲେ ଅଭିଜିତ ଆୟାର ମିତ୍ର

0

ଭୁବନେଶ୍ବର: ବିଧାନସଭା ଗୃହ କମିଟିରେ ଅଭିଜିତ ଆୟାର ମିତ୍ର ହାଜର ହୋଇଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଅଭିଜିତ୍ କଡା ସୁରକ୍ଷା ମଧ୍ୟରେ ଗୃହ କମିଟି ଆଗରେ ହାଜର ହୋଇଛନ୍ତି । ଅଭିଜିତଙ୍କ ହାଜର ପରେ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ବୈଠକ ଆରମ୍ଭ ହୋଇଛି । ବୈଠକରେ ଗୃହ କମିଟିର ୬ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି । ଅଭିଜିତ୍ ବିଧାୟକଙ୍କ ପ୍ରତି କଟୁ ମନ୍ତବ୍ୟ ଦେଇ ଥିବାରୁ ଗୃହ କମିଟିରେ ହାଜର ପାଇଁ ନୋଟିସ୍ ହୋଇଥିଲା । ଅକ୍ଟୋବର ୨୩ ସୁଦ୍ଧା ଗୃହ କମିଟିରେ ହାଜର ହେବାକୁ ନୋଟିସରେ ଦର୍ଶାଯାଇଥିଲା। ପୂର୍ବରୁ ଅଭିଜିତ୍ ଇ-ମେଲ୍ ଓ ଟ୍ବିଟ୍ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ ।


ଅଭିଜିତ୍ ଓଡିଶାର କଳା ଓ ସୃସ୍କୃତି ସମ୍ପନ୍ନ କୋର୍ଣାକ ମନ୍ଦିର ଉପରେ ଆଶାଳୀନ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ଭୁବନେଶ୍ୱର ଓ କୋଣାର୍କ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଅକ୍ଟୋବର ୫ରେ କୋଣାର୍କ ଥାନା ଓ ଅକ୍ଟୋବର ୧୧ରେ ଗୃହ କମିଟିରେ ହାଜର ହେବା ପାଇଁ ନୋଟିସ୍ ଥିଲେ ମଧ୍ୟ ଅଭିଜିତ୍ ହାଜର ହୋଇନଥିଲେ । ଅଭିଜିତଙ୍କ ଅନ୍ତରୀଣ ଜାମିନର ଅବଧି ଅକ୍ଟୋବର ୫ରୁ ଶେଷ ହୋଇଥିବା ବେଳେ ତାଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । ଏହା ସହ ଜେଲ ହିଁ ତାଙ୍କ ପାଇଁ ସୁରକ୍ଷିତ ସ୍ଥାନ ବୋଲି ସୁପ୍ରିମକୋର୍ଟ ସମାଲୋଚନା କରି କହିଥିଲେ ।

Leave A Reply