ଦିଲ୍ଲୀରେ ଅଭିଜିତଙ୍କୁ ଖୋଜୁଛି ଓଡିଶା ପୁଲିସ

0

ଭୁବନେଶ୍ବର: ଅଭିଜିତ୍ ଆୟାରଙ୍କୁ ଗିରଫ କରିବା ପାଇଁ ଦିଲ୍ଲୀରେ ଓଡିଶା ପୁଲିସ ପହଞ୍ଚିଛି । ଏସଟିଏଫ୍ ଏସପି ସତ୍ୟଜିତ୍ ନାୟକଙ୍କ ନେତୃତ୍ବରେ ୪ ଜଣିଆ ପୁଲିସ ଦଳ ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ନେହେରୁ ପ୍ୟାଲେସ୍ ଯାଇ ଓଡିଶା ପୁଲିସ ଅଭିଜିତଙ୍କ ସଂପର୍କରେ ପଚରାଉଚରା କରିଥିବା ଜଣାପଡିଛି । ଅଭିଜିତଙ୍କ ସଂପର୍କରେ କୌଣସି ଠୋସ୍ ଖବର ମିଳିନଥିବା ବେଳେ ପୁଲିସ ତାଙ୍କ ମୋବାଇଲ୍ ଫୋନକୁ ଟ୍ରାକିଂ କରୁଛି । ଖୁବ୍ ଶୀଘ୍ର ଅଭିଜତଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ ଅଭିଜିତ ଆୟାର ମିତ୍ର ଓ ଆରତୀ ଟିକୁ ସିଂ ଚିଲିକା, କୋଣାର୍କ, ପୁରୀ ସମେତ ଅନ୍ୟାନ୍ୟ ସ୍ଥାନ ଭ୍ରମଣ କରିଥିଲେ । ଅଭିଜିତ୍ ଆୟର ମିତ୍ର କୋଣାର୍କ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ରାଜ୍ୟର ବିଧାୟକମାନଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଗୁରୁବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଦେଇଥିଲେ ।

Leave A Reply