ବୋରୱେଲ ଗର୍ତ୍ତରେ ୧୬ ଘଣ୍ଟା ଜୀବନ ସହ ଲଢ଼ିଲେ ୬ ବର୍ଷର ବାଳକ

0

ପୁଣେ: ରଖେ ହରି ମାରେ କିଏ….ଏହି ଉକ୍ତିକୁ ସତ୍ୟ ପ୍ରମାଣିତ କରିଛି ପୁଣେର ଏକ ଘଟଣା। ଜଣେ ୬ବର୍ଷର ବାଳକ ୨୦୦ ଫୁଟର ବୋରୱେଲ ଗର୍ତ୍ତରେ ଦୀର୍ଘ ୧୬ ଘଣ୍ଟା ଧରି ଜୀବନ  ସହ ସଂଘର୍ଷ କରି ଜୀବନ୍ତ ଉଦ୍ଧାର ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ପୁଣେର ଆମ୍ବେଗାଓଁ ଗ୍ରାମରେ ଏହି ଘଟଣା ଘଟିଛି। ଗାଁରେ ବୋରୱେଲ ପାଇଁ ୨୦୦ ଫୁଟ ପର୍ଯ୍ୟନ୍ତ ଏକ ଗର୍ତ୍ତ ହୋଇଥିଲା। ସମ୍ପୃକ୍ତ ବାଳକ ନିକଟରେ ଖେଳୁଥିବା ବେଳେ ଗର୍ତ୍ତରେ ଖସି ପଡ଼ିଥିଲେ। ପାଖାପାଖି ୧୦ ଫୁଟ ଗଭୀରରେ ସେ ଲାଖିଯାଇଥିଲେ। ଖବର ପାଇ ପୁଲିସ ଏବଂ ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୋରୱେଲ ନିକଟରେ ସମାନ୍ତରାଳ ଭାବେ ଗର୍ତ୍ତ କରାଯାଇ ବାଳକଟି ନିକଟରେ ପହଞ୍ଚିବାକୁ ଉଦ୍ୟମ କରାଯାଇଥିଲା। ଶେଷରେ ଏନଡିଆରଏଫ ଟିମ ଏବଂ ପୁଲିସ ଏଥିରେ ସଫଳ ହୋଇଥିଲା। ରାତି ସାରା ଦୀର୍ଘ ୧୬ ଘଣ୍ଟାର ଅପରେଶନ ପରେ ବାଳକଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

Leave A Reply