ଗୋଦାବରୀ ନଦୀରେ ଡଙ୍ଗା ବୁଡି ଘଟଣା; ୬ ମୃତଦେହ ଉଦ୍ଧାର

0

ଅମରାବତି: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲା ଦେଇ ପ୍ରବାହିତ ହେଉଥିବା ଗୌତମୀ ନଦୀରେ ଶନିବାର ଅପରାହ୍ନରେ ଡ଼ଙ୍ଗା ବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହା ସହ ଉଦ୍ଧାରକାରୀ ଦଳ ନଦୀ ମଧ୍ୟରୁ ୨୬ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି।
ସୂଚନା ଅନୁସାରେ, ଡଙ୍ଗାରେ ୪୦ ଜଣ ଲୋକ ଯାତ୍ରା କରୁଥିଲେ। ଯାତ୍ରୀଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଥିଲେ। ସ୍କୁଲ ସାରି ଘରକୁ ଫେରୁଥିବାବେଳେ ଛାତ୍ରଛାତ୍ରୀମାନେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଗୌତମୀ ନଦୀର ପ୍ରଖର ସ୍ରୋତରେ ଡଙ୍ଗା ଭାସିଯାଇ ଏକ ପୋଲର ପିଲରରେ ପିଟି ହୋଇ ଓଲଟି ପଡିଥିଲା। କିଛି ଲୋକ ପହଁରି ପହଁରି କୂଳରେ ପହଞ୍ଚିଥିଲେ। ସ୍ଥାନୀୟ କିଛି ଲୋକ ନଦୀରୁ କିଛି ପିଲାଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ୧୦ ଜଣ ଯାତ୍ରୀ ନିଖୋଜ ଥିଲେ।

Leave A Reply