ଦିଲ୍ଲୀରୁ ତିନି ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

0

ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‍ ରବିବାର ତିନି ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ଆତଙ୍କବାଦୀଙ୍କ ନିକଟରୁ ହାତ ଗ୍ରେନେଡ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ପୁଲିସ କହିବା ଅନୁଯାୟୀ ଆତଙ୍କବାଦୀମାନେ ଦିଲ୍ଲୀର ବିଭନ୍ନ ସ୍ଥାନରେ ଆକ୍ରମଣ ଘଟାଇବା ପାଇଁ ଯୋଜନା କରିଥିଲେ। ଗିରଫ ଆତଙ୍କବାଦୀଙ୍କ ଘର ଜାମ୍ମୁ-କାଶ୍ମୀର। ସେମାନେ ହେଲେ ତାହିର ଅଲି ଖାଁ, ହରିଶ ମୁସ୍ତାକ ଖାଁ ଓ ଆସିଫ ସୁହେଲ ନଦାଫ। ଗତ ମଙ୍ଗଳବାର ଦିଲ୍ଲୀ ମଧ୍ୟକୁ ଦୁଇ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ଅନୁପ୍ରବେଶ କରିଥିବା ନେଇ ସତର୍କ ସୂଚନା ଜାରି କରିଥିଲା। ଗୁଇନ୍ଦା ବିଭାଗର ଏହି ସତର୍କ ସୂଚନା ପରେ ପୁଲିସ ବିଭିନ୍ନ ସ୍ଥାନରେ ତଲାସ ଜାରି ରଖିଥିବାବେଳେ ରବିବାର ଏହି ଆତଙ୍କବାଦୀଙ୍କୁ ଗିରଫ କରିଛି।

Leave A Reply