ପାହାଡ଼ ଧସି ୩ ଗୁରୁତର

0

ତିଗିରିଆ : ତିତ୍‍ଲି ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗାଁରେ ପାହାଡ଼ରୁ ଅତଡ଼ା ଖସି ଏକ ଘର ଉପରେ ପଡ଼ିଯାଇଥିଲା। ଯାହା ଫଳରେ ଘରର କାନ୍ଥ ଭାଙ୍ଗି ଧସି ଯାଇଥିଲା। ଫଳରେ ଏଥିରେ ମାଟି ତଳେ ୩ ଜଣ ପୋତି ହୋଇଯାଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଦମକଳ ବାହିନୀ ଉଦ୍ଧାର କରିଛି। ଆହତ ମାନଙ୍କୁ ତିଗିରିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Leave A Reply