ପୋଲ ଭୁଶୁଡ଼ି ୨ ମୃତ, ୩ ଆହତ

0

ଡେରାଡୁନ : ଉତ୍ତରାଖଣ୍ଡର ଡେରାଡୁନ ଜିଲାରେ ଏକ ପୋଲ ଭୁଶୁଡି ୨ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ପୋଲ ଉପରେ ଏକ ଡମ୍ପର ଯାଉଥିବାବେଳେ ଏହା ଭୁଶୁଡି ପଡିଥିଲା। ଫଳରେ ଡମ୍ପର ଖାତରେ ପଡିଯାଇଥିଲା। ଡମ୍ପରରେ ଥିବା ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଚାଳକ, ହେଲପର ସହିତ ତିନିଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକ ଓ ପୁଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଥିଲେ।

Leave A Reply