ଆଫଗାନିସ୍ତାନ ନିର୍ବାଚନୀ ର‍୍ୟାଲିରେ ଆତ୍ମଘାତୀ ବିସ୍ଫୋରଣ: ୧୩ ମୃତ, ୩୦ ଆହତ

0

କାବୁଲ : ଆଫଗାନିସ୍ତାନର ପୂର୍ବ ନାଙ୍ଗାରହାର ପ୍ରଦେଶରେ ମଙ୍ଗଳବାର ଏକ ନିର୍ବାଚନୀ ର‍୍ୟାଲିରେ ଆତ୍ମଘାତୀ ବିସ୍ଫୋରଣ ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆଫଗାନିସ୍ତାନ ପ୍ରଦେଶ ଗଭର୍ଣ୍ଣର ମୁଖପାତ୍ର ଆତାଉଲ୍ଲା ଖୋଜ୍ଞାନୀଙ୍କ କହିବା ଅନୁସାରେ କେତେକ ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଫଳରେ ଆଗକୁ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି।
ସୂଚନା ଅନୁାସାରେ ନାଙ୍ଗାରହାର ପ୍ରଦେଶର କାମା ଜିଲାରେ ମଙ୍ଗଳବାର ଅପରାହ୍ନରେ ଏକ ନିର୍ବାଚନୀ ର‍୍ୟାଲି ପାଇଁ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥକ ଏକାଠି ହୋଇଥିବାବେଳେ ଜଣେ ଆତ୍ମଘାତୀ ସେଠାରେ ନିଜକୁ ବୋମାରେ ଉଡ଼ାଇ ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନରେ ଅକ୍ଟୋବର ୨୦ରେ ପାର୍ଲାମେଣ୍ଟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପକ୍ଷରୁ ନିର୍ବାଚନୀ ପ୍ରଚାର, ର‍୍ୟାଲି ଓ ସଭା କରାଯାଉଛି। ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

Leave A Reply