ସ୍କାଏ ଡାଇଭିଂ କରି ଶହେତମ ଜୟନ୍ତୀ ପାଳନ

0

କଥାରେ ଅଛି, ଯିଏ ଡରିଗଲା, ସିଏ ମରିଗଲା। ଏଇ କିଛି ବର୍ଷର ଜୀବନକୁ ସେଥିପାଇଁ ଭରପୂର ଉପଭୋଗ କରିବା ଆବଶ୍ୟକ। ଏକଥା କହିଛନ୍ତି ଆମେରିକାର ସିଏଟେଲ୍ ନିବାସୀ ୧୦୦ ବର୍ଷୀୟ ବୃଦ୍ଧ ଏସଟିୟୁ ୱିଲିଅନସନ୍। ନିଜ ୧୦୦ତମ ଜନ୍ମଦିବସକୁ ସେ ଆକାଶରେ ସ୍କାଏ ଡାଇଭିଂ କରି ପାଳନ କରିବାକୁ ନିଷ୍ପତ୍ତି ନେଲେ। ଏଥିପାଇଁ ତାଙ୍କୁ ସହଯୋଗ ଓ ସମର୍ଥନ କଲେ ବନ୍ଧୁବାନ୍ଧବ ତଥା ପରିବାରର ପ୍ରତ୍ୟେକ ସଦସ୍ୟ। ୱିଲିଅନସନ୍‌ଙ୍କ ନାତୁଣୀ ହିଁ ଜେଜେ ବାପାଙ୍କର ଏଇ ଇଚ୍ଛାକୁ ଘରଲୋକଙ୍କୁ ଅବଗତ କରାଇଥିଲେ। ତେବେ ତାଙ୍କ ବଡ଼ ପୁଅ ରାଜି ହୋଇନଥିଲେ। କାରଣ ୱିଲିଅନସନ୍ ଭର୍ଟିଗୋ ସହ ହୃଦ୍‌ରୋଗରେ ଆକ୍ରାନ୍ତ। ହେଲେ ବାପାଙ୍କର ଦୃଢ଼ ଇଚ୍ଛା ସମ୍ମୁଖରେ ଶେଷରେ ସେ ରାଜି ହୋଇଥିଲେ। ୱିଲିଅନସନ୍‌ଙ୍କ ସ୍କାଏ ଡାଇଭିଂ ପୂର୍ବରୁ ଭଲଭାବେ ଡାକ୍ତରୀ ପରୀକ୍ଷା କରାଗଲା। ରକ୍ତଚାପ କମ୍-ବେଶୀ ଅନେକ ସମୟରେ ରହିଥାଏ। ଏହା ସହ ସାମାନ୍ୟ ଉଚ୍ଚ ସ୍ଥାନକୁ ଗଲେ ତାଙ୍କ ମୁଣ୍ଡ ଘୂରାଇଦିଏ। ତେବେ ଜୀବନର ଏଇ ଶେଷ ସମୟରେ ନିଜ ଇଚ୍ଛାକୁ ପୂରଣ କରିବାକୁ ସମସ୍ତଙ୍କ ଅନୁମତି ଲୋଡ଼ିଲେ। ଶେଷରେ ନିର୍ଦିଷ୍ଟ ଦିନ ଯଥା ସମୟରେ ସୁରକ୍ଷିତ ଭାବେ ୱିଲିଅନସନ୍ ସ୍କାଏ ଡାଇଭିଂ କରିଥିଲେ।

Leave A Reply