ନବବର୍ଷ ୨୦୧୯; ମଙ୍ଗଳର ବିଶେଷ ସଂଯୋଗରେ ନବବର୍ଷର ଆଗମନ

0

୨୦୧୮ ବର୍ଷର ବିଦାୟ ସମୟ ପାଖେଇ ଆସିଗଲାଣି । ନୂଆବର୍ଷ ୨୦୧୯ର ସ୍ବାଗତ ପାଇଁ ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି । ନୂଆବର୍ଷକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଉତ୍ସାହ, ଆଶା ଓ ଆକାଂକ୍ଷା ଭରି ରହିଛି । ନୂଆବର୍ଷ କିପରି ରହିବ ଶୁଭ ନା ଅଶୁଭ ତାହାକୁ ସମସ୍ତଙ୍କର ମନରେ ପ୍ରଶ୍ନ ମଧ୍ୟ ରହିଛି । ଶିକ୍ଷା-କ୍ୟାରିୟର, ସ୍ବାସ୍ଥ୍ୟ, ରାଜନୀତି କ୍ଷେତ୍ରରେ କିପରି ରହିବ ନୂଆ ବର୍ଷ ତାକୁ ନେଇ ଜ୍ୟୋତିଷମାନେ ଭବିଷ୍ୟବାଣୀ କରିବା ଆରମ୍ଭ କରିଦେଲେଣି । ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଗଣନା ଅନୁଯାୟୀ କିପରି ରହିବ ନୂଆବର୍ଷ ୨୦୧୯ ।

ମଙ୍ଗଳ ର ବିଶେଷ ସଂଯୋଗ
୨୦୧୯ ବର୍ଷରେ ମଙ୍ଗଳର ବିଶେଷ ସଂଯୋଗ ରହିଛି । ନୂଆ ବର୍ଷ ଆରମ୍ଭ ମଙ୍ଗଳବାର ରୁ ହେଉଥିବା ବେଳେ ୨୦୧୯ ବର୍ଷର ଶେଷ ମଧ୍ୟ ମଙ୍ଗଳବାର ଦିନ ହେଉଛି ।

ଜେମିନୀ ଓ କେଦାର ସଂଯୋଗରେ ନବବର୍ଷର ଆଗମନ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଜେମିନୀ ଓ କେଦାର ସଂଯୋଗରେ ନୂଆବର୍ଷର ଆରମ୍ଭ ହେଉଛି । ଶୁକ୍ର ଏବଂ ଚନ୍ଦ୍ରମା ଗୋଟିଏ ସ୍ଥାନରେ ରହିଥିବାରୁ ଏହାକୁ ଜେମିନ ଯୋଗ କୁହାଯାଏ । ଅନ୍ୟପକ୍ଷରେ ସବୁ ଗ୍ରହ ଚତୁର୍ଥ ସ୍ଥାନରେ ରହୁଥିବାରୁ କେଦାର ସଂଯୋଗ ରହୁଛି । ତେଣୁ ନବବର୍ଷ ଜେମିନୀ ଓ କେଦାର ସଂଯୋଗରେ ଆରମ୍ଭ ହେଉଛି ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Leave A Reply