ସୁଧ ହାର ଅପରିବର୍ତ୍ତିତ

0

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ଅପରିବର୍ତ୍ତିତ ରଖିଛନ୍ତି। ଶୁକ୍ରବାର ଅନୁଷ୍ଠିତ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଅବସରରେ ଆରବିଆଇ ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ରିପୋ ରେଟ୍‍(ବାଣିଜ୍ୟିକ ବ୍ୟାଙ୍କ ଯେଉଁ ହାରରେ ଆରବିଆଇଠାରୁ ଋଣ ଆଣନ୍ତି) ୬.୫୦%ରେ ଏବଂ ରିଭର୍ସ ରିପୋ ରେଟ୍‍(ଯେଉଁ ହାରରେ ଆରବିଆଇ ବାଣିଜ୍ୟିକ ବ୍ୟାଙ୍କଠାରୁ ଋଣ ନିଏ) ୬.୨୫%ରେ ଅପରିବର୍ତ୍ତିତ ରହିଛି। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଓ ମୁଦ୍ରାସ୍ଫୀତି ଆଧାରରେ ସୁଧ ହାର ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ। କିନ୍ତୁ ମୁଦ୍ରାନୀତି ସମୀକ୍ଷା କମିଟି ସଦସ୍ୟମାନେ ସୁଧହାର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply