ମାଓବାଦୀଙ୍କ ବର୍ବର କାଣ୍ଡ; ଘରୁ ଡାକି ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା

0

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ମାଓବାଦୀଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳିଛି । ଘରୁ ଡାକି ନେଇ ଜଣେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ବଡକ ଗାଁର କଲମ ଗୁରୁଆ । ଗୁରୁବାର ସକାଳୁ ପ୍ରାୟ ୧୫ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କଲମ ଗୁରୁଆ ଘରେ ପହଞ୍ଚି ତାଙ୍କୁ ଉଠେଇ ନେଇ ନିକଟସ୍ଥ ଜଙ୍ଗଲରେ ହତ୍ୟା କରିଥିଲେ । ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି ।

Leave A Reply