ବାଣ କାରଖାନାରେ ବିସ୍ଫୋରଣ; ଗୋଟିଏ ପରିବାରର ୩ ମୃତ

0

ବିଜୟଓ୍ଵାଡ଼ା: ଏକ ବେଆଇନ୍‌ ବାଣ କାରଖାନାରେ ବିସ୍ଫୋରଣ ଘଟି ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ଘଟିଛି । ଏହି ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶର ରାଜାମହେନ୍ଦ୍ରବରମ ରେ ଘଟିଛି। ଶନିବାର ବିଳମ୍ବିତ ରାତିରେ ବାଣ ଭିଡାଯାଉ ଥିବା ଏହି ଅଘଟଣ ଘଟିଥିବା ଜଣାପଡିଛି। ଏଥିରେ ଶାଶୂ ସମେତ ବୋହୂ ଓ ନାତୁଣୀର ମୃତ୍ୟୁ ଘଟିଥିବା ଜଣାପଡିଛି। ଦୀପାବଳି ପୂର୍ବରୁ ଆନ୍ଧ୍ରପ୍ରଦେଶର ଅନେକ ଗ୍ରାମରେ ବେଆଇନ ବାଣ ତିଆରି ହୁଏ ବୋଲି ସୂଚନା ମିଳିଛି ।

Leave A Reply