ପେଟ୍ରୋଲ୍‍ ଓ ଡିଜେଲରେ ୨.୫୦ ଟଙ୍କା ହ୍ରାସ

0

ନୂଆଦିଲ୍ଳୀ: ପେଟ୍ରୋଲ ଓ ଡିଜେଲ୍‍ ଉପରେ ଉତ୍ପାଦନ ଶୁଳ୍କ ଲିଟର ପିଛା ୧.୫୦ ଟଙ୍କା ହ୍ରାସ ପାଇଛି। ଏଥିସହିତ ତୈଳ ବିତରଣ କମ୍ପାନୀମାନେ ଲିଟର ପିଛା ଆଉ ଟଙ୍କାଏ ଲେଖାଏଁ ହ୍ରାସ କରିଛନ୍ତି। ତେଣୁ ମୋଟ ଉପରେ ତୈଳ ଦର ୨.୫୦ ଟଙ୍କା ହ୍ରାସ ପାଇଛି। ଏ ସଂକ୍ରାନ୍ତରେ କେନ୍ଦ୍ର ସରକାର ଘୋଷଣା କରିବା ସହିତ ରାଜ୍ୟମାନେ ଭାଟ୍‍ ହ୍ରାସ କରନ୍ତୁ ବୋଲି କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି ଯେ ଉତ୍ପାଦନ ଶୁଳ୍କ ହ୍ରାସ ଦ୍ୱାରା କେନ୍ଦ୍ର ସରକାର ୧୦,୫୦୦ କୋଟି ଟଙ୍କା କ୍ଷତି ସହିବେ। ବିକ୍ରି କର ଓ ଭାଟ ୨.୫୦ ଟଙ୍କା ହ୍ରାସ କରିବାକୁ ସବୁ ରାଜ୍ୟକୁ ଚିଠି ଲେଖାଯାଇଛି। ଯଦି ସେମାନେ ଲିଟର ପିଛା ୨.୫୦ ଟଙ୍କା ହ୍ରାସ କରନ୍ତି ତେବେ ଗ୍ରାହକମାନେ ୫ ଟଙ୍କା ଲେଖାଏଁ କମ୍‍ରେ ପେଟ୍ରୋଲ୍‍ ଓ ଡିଜେଲ୍‍ରେ କିଣିପାରିବେ।

Leave A Reply